ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଟେଲିପରଦାର ଲୋକପ୍ରିୟ ଯୋଡି ଅଲି ଗୋନି ଏବଂ ଜସ୍ମିନ ଭାସିନ । ଦୀର୍ଘ ବର୍ଷ ଧରି ରିଲେଶନସିପରେ ରହିବା ପରେ ଏବେ ଦୁହେଁ ବିବାହ କରିବାକୁ ମନ ବଳାଇଛନ୍ତି। ହେଲେ ବିବାହ ପୂର୍ବରୁ ଏପରି କିଛି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଏହି କପଲ। ନିଜର ବ୍ଲଗରେ ଅଲି ଗୋନି କିଛି ଏଭଳି କହିଛନ୍ତି, ଯାହାକୁ ନେଇ ସବୁଠି ଭାଇରାଲ। ୨୦୧୮ରେ ବିଗ୍ବସ୍ ହାଉସ୍ରେ ପରସ୍ପରକୁ ଭେଟିଥିଲେ ଅଲି-ଜାସ୍ମିନ। ପରବର୍ତ୍ତୀ ସମୟରେ ସେମାନେ ପରସ୍ପରକୁ ଡେଟ୍ କରିଥିଲେ। ଏବେ ଦୁହେଁ ସମ୍ପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଅଲି ଗୋନି କହିଛନ୍ତି, ୫ ବର୍ଷ ଡେଟିଂ କରିବା ପରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏକାଠି ରହିବାକୁ ଏକ ବଡ଼ ଘର ଚାହୁଁଥିଲୁ, ଯାହା ବହୁତ କଷ୍ଟରେ ମିଳିଛି। ଆମେ ଏକାଠି ରହିବୁ ହେଲେ ନିଜ ନିଜ କୋଠରୀରେ। ଏହା ଏକ ନୂଆ ଯାତ୍ରା ହେବାକୁ ଯାଉଛି। ଏହା ସମ୍ପର୍କ ପ୍ରଥମ ଆରମ୍ଭର । ତାପରେ ଧିରେ ଧିରେ ସବୁକିଛି ସଠିକ୍ ହେବ। କାରଣ ଏହା ବଡ଼ ପଦକ୍ଷେପ ଥିଲା ଏଥିଲାଗି ଅଧିକ ଦିନ ଲାଗିଲା ଗ୍ରହଣ କରିବାକୁ।
ଏହାପରେ ଜସ୍ମିନ ଘରର ସମସ୍ତ ଫନିଚର ଫାଇନାଲ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। କାରଣ ସେ ୬ ବିଏଚ୍କେ ଘର ନେଇଥିଲେ । ଯାହାକୁ ସେ ୪ କୋଠରୀ ବିଶିଷ୍ଠ ଘରେ ପରିବର୍ତ୍ତିତ କରିବେ। ଅପରପକ୍ଷେ ଉଭୟଙ୍କ ଏଭଳି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। କହିବାକୁ ଗଲେ ଦୁହିଁଙ୍କୁ ଲାଫଟର ସେଫ୍' ଶୋ’ରେ ଦେଖିବାକୁ ମିଳିଥିଲା। ଏହି ଯୋଡିକୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରନ୍ତି। ନିଜ ବ୍ଲଗ ମାଧ୍ୟମରେ ଭଲ ଭଲ କଣ୍ଟେଣ୍ଟ ଦେଇ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି।